Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ କଟକ ସହରରେ ଆରମ୍ଭ ହେଲା ସେରୋ ସର୍ଭେ

ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ କରାଯିବ ନାହିଁ ।

ସେରୋ ସର୍ଭେ ପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଅଛନ୍ତି ୫ଜଣ ଲେଖାଏ ସଦସ୍ୟ । ପ୍ରତିଦିନ ସେରୋ ସର୍ଭେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ସେରୋ ସର୍ଭେରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ବିକଶିତ ହୋଇଛି ତାହା ଜଣା ପଡିବ ।

କଟକ ସହରରେ ୧୪ ହଜାର ୮୯୩ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଲେଣି ୧୪ ହଜାର ୧୫ ଜଣ । ୮୧୦ଟି ଆକ୍ଟିଭ୍ କେସ୍ ରହିଛି । କରୋନାରେ ୬୮ ଜଣ ପ୍ରାଣ ହରାଇଛନ୍ତି ।

Show More

Related Articles

Back to top button