Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ

ଋଷର ୟୁକ୍ରେନ ଆକ୍ରମଣ ପରେ ମକ୍ସୋ ପକ୍ଷରୁୁ ନୂଆଦିଲ୍ଲୀକୁ ଏହା ପ୍ରଥମ ଶୀର୍ଷସ୍ତରୀୟ ଗସ୍ତ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆଜି ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ । ଋଷର ୟୁକ୍ରେନ ଆକ୍ରମଣ ପରେ ମକ୍ସୋ ପକ୍ଷରୁୁ ନୂଆଦିଲ୍ଲୀକୁ ଏହା ପ୍ରଥମ ଶୀର୍ଷସ୍ତରୀୟ ଗସ୍ତ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସର୍ଗେଇଙ୍କର ଏହି ଗସ୍ତରେ ୟୁକ୍ରେନ ପ୍ରସଙ୍ଗ ସମତେ ଅନ୍ୟ କିଛି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ରହିିଛି । କ୍ରମାଗତ ୟୁରୋପୀୟ ଦେଶଙ୍କ ଠାରୁ ଚାପ ବଢିବାରେ ଲାଗିଥିବା ବେଳେ ୟୁକ୍ରେନ ପ୍ରସଙ୍ଗକୁ ହିଁ ଏହି ଗସ୍ତରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ସୂଚନା ମିଳିଛି । ଗତ ସପ୍ତାହରେ ଚୀନ ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ ୱାଇଙ୍ଗ ଭାରତ ଗସ୍ତ ପରେ ଋଷ ବିଦେଶ ମନ୍ତ୍ରୀ ମଧ୍ୟ ଭାରତ ଆସୁଛନ୍ତି । ୟୁକ୍ରେନ ଯୁଦ୍ଧରେ ଋଷ ଉପରେ ଚାପ ବଢିବାରେ ଲାଗିଛି । ଏକାଧିକ ପାଶ୍ଚାତ୍ୟ ରାଷ୍ଟ୍ର ଋଷ ଉପରେ ଅର୍ଥନୈତିକ କଟକଣା ଲାଗୁ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ କ୍ରମାଗତ ଚାପ ପକାଇବାରେ ଲାଗିଛନ୍ତି । ଏହି କ୍ରମରେ ଦକ୍ଷିଣ ଏସିଆର ଦୁଇ ବୃହତ ଶକ୍ତିଶାଳୀ ଚୀନ ଓ ଭାରତ ଋଷର ଆକ୍ରମଣକୁ ନିନ୍ଦା କରିନାହାନ୍ତି । ଭାରତ ଋଷ ଠାରୁ ତୈଳ ଓ ଅନ୍ୟ ସାମଗ୍ରୀ ଆମଦାନୀ ଜାରି ରଖିବା ନେଇ ମଧ୍ୟ ସ୍ପଷ୍ଟ କରିସାରିଛି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ଥିବା କାରଣରୁ ଭାରତ ଋଷର ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ କରି ନଥିବାବେଳେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇ ଆସିଛି । ପଶ୍ଚିମ ସମେତ ଅନ୍ୟ କିଛି ଦେଶଙ୍କ ଠାରୁ ଋଷ ପ୍ରତି ଚାପ ପଡୁଥିବାରୁ ଏପରି ସମୟରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ରେ ଆସୁିଥିବା ସୂଚନା ମିଳିଛି ।

Show More

Related Articles

Back to top button