ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଉଡିଗଲା ଦୋକାନର ଛାତ

ବିନିକା : ଗୋଟିଏ ପରେ ଗୋଟିଏ ଗ୍ୟାସ୍‌ ସିଲିଣ୍ଡର ଫାଟିଲା। ହୁତହୁତ୍ ହୋଇ ଜଳିଲା ଏକାଧିକ ଦୋକାନ। ନିଆଁ ସାଙ୍ଗକୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଦୋକାନର ଛାତ ଉଡ଼ି ଯାଇଛି। ଆଜି ସନ୍ଧ୍ୟାରେ ସୋନପୁର ଜିଲ୍ଲା ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବଜାରରେ ଏହି ଘଟଣା ଘଟିଛି। ସେପଟେ ହୁତହୁତ୍ ହୋଇ ଜଳୁଥିବା ଏକ ଦୋକାନରେ ଫସି ଯାଇଥିବା ଜଣେ ବୃଦ୍ଧାଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଡୁଙ୍ଗୁରିପାଲି ବଜାରରେ ଥିବା ଏକ ପୂଜା ସାମଗ୍ରୀ ଦୋକାନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ବ୍ୟାପୀ ଯାଇଥିଲା। ଏହି ଦୋକାନରେ ବେଆଇନ ଭାବେ ଗ୍ୟାସ୍‌ ସିଲିଣ୍ଡର ଫିଲିଂ ହେଉଥିଲା। ନିଆଁ ଲାଗିବା ପରେ ଦୋକାନରେ ମହଜୁଦ୍ ପ୍ରାୟ ୨୦ଟି ଗ୍ୟାସ୍‌ ସିଲିଣ୍ଡର ଗୋଟାଏ ପରେ ଗୋଟାଏ ବିସ୍ଫୋରଣ ହୋଇଥିଲା। ତେଣୁ ଏହି ଦୋକାନକୁ ଲାଗିଥିବା ୭ରୁ ଅଧିକ ଦୋକାନକୁ ଏହା ବ୍ୟାପୀ ଯାଇଥିଲା। ନିଆଁ ଲାଗି ଯିବା ପରେ ଦୋକାନୀମାନେ ଜୀବନ ବିକଳରେ ଦୋକାନ ଛାଡ଼ି ପଳାଇଥିଲେ। ଏହି ସମୟରେ ଗୋଟିଏ ଦୋକାନରେ ଜଣେ ବୃଦ୍ଧା ଫସି ରହି ଯାଇଥିଲେ। ଏନେଇ ଖବର ପାଇବା ପରେ ବିନିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରହିଛି।

Show More

Related Articles

Back to top button