Breaking PLUSଅପରାଧଆଇନ କାନୁନ

ମହିଳାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଲେ ଦୁର୍ବୃତ୍ତ

ବଣାଇ : ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ଜଙ୍ଗଲରେ ଫୋପାଜି ଦେଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ତିଲେଇମାଳ ନିକଟ କାଟେଇ ଗାଁ ଜଙ୍ଗଲରେ । ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ପଠାଣି ଭୁଇଁଆ। ଜଙ୍ଗଲରେ ମୃତଦେହ ନିକଟରେ ଘୋଷରା ଚିହ୍ନ ଥିବାରୁ ପଠାଣିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଘୋଷାରି ଘୋଷାରି ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସ୍ୱାମୀ ଆରପାରିକୁ ଚାଲିଗଲା ପରେ ପଠାଣି ୮ବର୍ଷର ଶିଶୁପୁତ୍ରକୁ ନେଇ ନିଜ ଘରେ ରହୁଥିଲେ। ଏଠି ସେଠି ମୁଲ ଲାଗି ପରିବାର ପୋଷୁ ଥିଲେ । ଆଜି ସକାଳେ ପଠାଣିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। କେହି ଦୁର୍ବୃତ୍ତ ପଠାଣିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି ।

Show More

Related Articles

Back to top button