Breaking PLUSଓଡ଼ିଶାମୁଖ୍ୟ ଖବର

ଅଗଷ୍ଟ ୨୮ସୁଦ୍ଧା ପ୍ରକାଶ ପାଇବ ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷାଫଳ

ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ ଅଗଷ୍ଟ ୨୮ତାରିଖ ମଧ୍ୟରେ ପ୍ରକାଶ ପାଇବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଜୋରଦାର ଉଦ୍ୟମ ଚଳାଇଛି। ଏହା ମଧ୍ୟରେ ଉଭୟ ସବ୍‌ଜେକ୍ଟିଭ୍ ଓ ଅବ୍‌ଜେକ୍ଟିଭ୍(ଓଏମ୍‌ଆର୍‌) ଉତ୍ତରଫର୍ଦ୍ଦର ମୂଲ୍ୟାୟନ ସଂପୂର୍ଣ୍ଣ ହୋଇଥିବାବେଳେ ‌ଏବେ ମାର୍କ ପ୍ରକ୍ରିୟାକରଣ ଚାଲିଛି।

ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ ଅଗଷ୍ଟ ୨୮ତାରିଖ ମଧ୍ୟରେ ପ୍ରକାଶ ପାଇବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଜୋରଦାର ଉଦ୍ୟମ ଚଳାଇଛି। ଏହା ମଧ୍ୟରେ ଉଭୟ ସବ୍‌ଜେକ୍ଟିଭ୍ ଓ ଅବ୍‌ଜେକ୍ଟିଭ୍(ଓଏମ୍‌ଆର୍‌) ଉତ୍ତରଫର୍ଦ୍ଦର ମୂଲ୍ୟାୟନ ସଂପୂର୍ଣ୍ଣ ହୋଇଥିବାବେଳେ ‌ଏବେ ମାର୍କ ପ୍ରକ୍ରିୟାକରଣ ଚାଲିଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଗ୍ରେଡ୍‌ ସ୍ଥିର ହୋଇଥିବା ବେଳେ ଏ-୧ ଓ ଏ-୨ ଗ୍ରେଡ୍‌ ପାଇଥିବା ପିଲାଙ୍କ ମାର୍କକୁ ପୁଣିଥରେ ଯାଞ୍ଚ କରାଯାଉଛି। ଆସନ୍ତା ୨୨ତାରିଖ ମଧ୍ୟରେ ଏ-୧ ପାଇଥିବା ପିଲାଙ୍କ ତାଲିକା ଚୂଡାନ୍ତ ହୋଇଯିବ ଓ ଆସନ୍ତା ୨୮ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷାରେ ଏଚ୍‌ଏସ୍‌ସି(ମାଟ୍ରିକ୍), ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମାରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ଏଥରୁ ମାଟ୍ରିକ୍‌(ଅସନ୍ତୁଷ୍ଟ ଛାତ୍ରଛାତ୍ରୀ) ଓ ପତ୍ରବିନିମୟରେ ୬୫୯୭ ଜଣ, ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ୮୪୯୩ ଜଣ ଓ ମଧ୍ୟମା(ସଂସ୍କୃତ ଟୋଲ୍‌) ପାଇଁ ୬୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ଏହି ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୦୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର ବିଭିନ୍ନ ବିଷୟରେ ପାଖାପାଖି ୩ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୧୨ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Show More

Related Articles

Back to top button