Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି
ପ୍ରତିଶୃତି ପୂରଣ କରିବେ ପଞ୍ଜାବ ସରକାର
ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା କ୍ଷଣି ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା ।

ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା କ୍ଷଣି ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଘୋଷଣା କରି ବିରୋଧୀଙ୍କୁ ପଛକୁ ନେଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ । ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଛନ୍ତି ସିଏମ୍ ମାନ୍ ।ମହିଳାଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ଲେଖାଏଁ ଦେବା ପାଇଁ କରିଥିବା ପ୍ରତିଶୃତି ପୂରଣ କରିବାକୁ ଯାଉଛନ୍ତି ପଞ୍ଜାବ ସରକାର । ମହିଳାଙ୍କୁ ସ୍ୱାବଲମୀ ତଥା ସହାୟତା ବାବଦକୁ ମାସିକ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ସରକାରୀ ସ୍ତରରେ ଯୋଜନା ଆରମ୍ଭ କରିଛନ୍ତି । ମାନ୍ଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ବଲଜୀତ ସିଂହ କୌର କହିଛନ୍ତି, ‘ରାଜ୍ୟ ସରକାର ମାସେ କିମ୍ବା ୨ ମାସ ମଧ୍ୟରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବାକୁ କରିଥିବା ପ୍ରତିଶୃତି ପୂରଣ କରିବାକୁ ଯାଉଛନ୍ତି । ବଜେଟ୍ ଉପସ୍ଥାପନ ହେବା ମାତ୍ରେ ଏହି ପ୍ରତିଶୃତିକୁ ପ୍ରାଥମିକତା ଦିଆଯାଇ ପୂରଣ କରାଯିବ’।