ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟିଲା ଘରୋଇ ସ୍କୁଲ ବସ୍

କଟକ: ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟିଲା ଘରୋଇ ସ୍କୁଲ ବସ୍ । ଏଭଳି ଦୂର୍ଘଟଣା ଘଟିଛି ଚୌଦ୍ୱାର ମଣ୍ଡାପଡ଼ା ରାସ୍ତା ପୋଟଳେଇ ନିକଟରେ । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ , ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବସଟି ଭାରସାମ୍ୟ ହରାଇ ମଣ୍ଡାପଡ଼ା ରାସ୍ତା ପୋଟଳେଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ପୂର୍ବରୁ ୧୦ ଜଣ ଛାତ୍ରଛାତ୍ରୀ ବସରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ବସ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

Show More

Related Articles

Back to top button