Breaking PLUSଦେଶମୁଖ୍ୟ ଖବର

ଚଣ୍ଡିଖୋଲରେ ୧୯, ୬୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ମାର୍ଚ୍ଚ ୪ରୁ ୬ ତାରିଖ ମଧ୍ୟରେ ୫ଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ସହିତ ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗସ୍ତ ସମୟରେ ଏସବୁ ରାଜ୍ୟରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବେ।

ମାର୍ଚ୍ଚ ୫ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯାତ୍ରା କରି ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ। ଚଣ୍ଡିଖୋଲରେ ୧୯,୬୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଯାଜପୁର ଚଣ୍ଡିଖୋଲ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାକୁ ଥିବାରୁ ଆଜି ବେଣାପୁର ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡରେ ଲାଣ୍ଡିଂନେଇ ସମୀକ୍ଷା କରାଯାଇଛି। ଏଠାରେ ପରୀକ୍ଷାମୂଳକ ଭାବେ ବାୟୁସେନାର ହେଲିକପ୍ଟର ଲାଣ୍ଡିଂ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।

Show More

Related Articles

Back to top button