Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ୧୬ରେ ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମେତ ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିବେ । ଆସନ୍ତା ୧୬ ତାରିଖରେ ପୂର୍ବାହ୍ନ ୧୧ଟାରେ ଆଲୋଚନା କରିବେ । ଏଥିରେ ତୃତୀୟ ଲହରକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ବିସ୍ତୃତ ଭାବେ ତର୍ଜମା ହେବ ବୋଲି କୁହାଯାଉଛି । ତେଣୁ ବୈଠକର ଗୁରୁତ୍ୱ ଢେର ରହିଛି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ସେହି ରାଜ୍ୟ ଗୁଡ଼ିକ ହେଉଛି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କେରଳ ଓ ମହାରାଷ୍ଟ୍ର । ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରିବା ପରେ କିଛି ଠୋସ୍ ନିଷ୍ପତ୍ତି ନେବାର ସମ୍ଭାବନା କହିଛି । କାରଣ ଓଡ଼ିଶା ସମେତ କିଛି ରାଜ୍ୟରେ ଏବେ କରୋନା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତୃତୀୟ ଲହର ପୂର୍ବରୁ କରୋନା ମୁକାବିଲା ନେଇ ନୂଆ ରଣନୀତି ପ୍ରସ୍ତୁତି ହେବ ବୋଲି କୁହାଯାଉଛି ।

Show More

Related Articles

Back to top button