Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ପହଁଞ୍ଚି ରାଜ୍ୟସରକାରଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକ । ବାତ୍ୟା କ୍ଷତି ନେଇ ଭୁବନେଶ୍ୱର ଏୟାରପୋର୍ଟରେ ସମୀକ୍ଷା ବୈଠକ ବସିଛି । ଏହି ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱତନ୍ତ୍ର ରିଲିଫ କମିଶନର ଏହି ବୈଠକରେ ଉପସ୍ଥିତ ଅଛନ୍ତି

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକ । ବାତ୍ୟା କ୍ଷତି ନେଇ ଭୁବନେଶ୍ୱର ଏୟାରପୋର୍ଟରେ ସମୀକ୍ଷା ବୈଠକ ବସିଛି । ଏହି ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱତନ୍ତ୍ର ରିଲିଫ କମିଶନର ଏହି ବୈଠକରେ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାରେ ଦୀର୍ଘସୂତ୍ରୀ ସମାଧାନ ଚାହିଁଲା ଓଡ଼ିଶା । ବୈଠକରେ ଆଲୋଚନା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ମୁକାବିଲା ପାଇଁ ୨ଟି ନୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ ।

ବିଶେକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କଲୁ । ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା, ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳିନ ବ୍ୟବସ୍ଥା କରିବାକୁ ଦାବି କଲୁ । ୭/୮ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତା’ର ବ୍ୟବସ୍ଥା ଚାହିଁଲୁ । ଏହି ଦୁଇ କାର୍ଯ୍ୟପାଇଁ ଭାରତ ସରକାରଙ୍କ ସହାୟତା ପାଇଁ ଦାବି କଲୁ । ବର୍ତ୍ତମାନ ବାତ୍ୟ ନେଇ ଆମେ କୀିଛି ଦାବି କରିନୁ ବୋଲି ଏସ୍‌ଆର୍‌ସି କହିଛନ୍ତି । ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ୍ କରିନେବୁ । ଆଗାମୀ ୭ଦିନ ମଧ୍ୟରେ କ’ଣ କ୍ଷୟକ୍ଷତି ହୋଇଛି ରିପୋର୍ଟ ଦେବୁୁ ବୋଲି ଏସ୍‌ଆର୍‌ସି କହିଛନ୍ତି ।

ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ସେ ଆକାଶ ମାର୍ଗରୁ ବୁଲି ଦେଖିବେ।
ଏହା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button