ଦେଶସ୍ୱତନ୍ତ୍ର

ମୈସୁର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଶୁକ୍ରବାର ପ୍ରଥମ ଥର ପାଇଁ ଦକ୍ଷିଣ ଭାରତରେ ଗଡିଲା ବନ୍ଦେ ଭାରତ ଟ୍ରେନ୍ । ଗତକାଲି ଦୁଇଦିନିଆ ଦକ୍ଷିଣ ଭାରତ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ରେଳ ଷ୍ଟେସନ୍‌ରେ ସବୁଜ ପତାକା ଦେଖାଇ ମୈସୁର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ ।

ଏହା ଦେଶର ପଞ୍ଚମ ତଥା ଦକ୍ଷିଣ ଭାରତର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ । ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ୍‌-୨ର ଉଦ୍‌ଘାଟନ କରିଥିଲେ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ପୂର୍ବତନ ବିଜୟନଗର ସାମ୍ରାଜ୍ୟର ଶାସକ ତଥା ବେଙ୍ଗାଲୁରୁ ସହର ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡ଼ାଙ୍କ ଏକ ୧୦୮ ଫୁଟ ଉଚ୍ଚ ବ୍ରୋଞ୍ଜ୍ ପ୍ରତିମାର ମଧ୍ୟ ଉନ୍ମୋଚନ କରିଛନ୍ତି । ସେହିପରି ସନ୍ଥ ଶ୍ରୀ କନକ ଦାସଙ୍କୁ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ବାଲ୍ମୀକିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ବେଙ୍ଗାଲୁରୁ ରେଳ ଷ୍ଟେସନ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍‌ଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ବନ୍ଦେ ଭାରତ ଟ୍ରେନ୍ କେବଳ ଏକ ଟ୍ରେନ୍ ନୁହେଁ ଏହା ନୂଆ ଭାରତର ନୂଆ ପରିଚୟ ।

Show More

Related Articles

Back to top button