Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ଶ୍ରୀଲଙ୍କାରେ ଉଗ୍ର ହେବାରେ ଲାଗିଛି ରାଜନୈତିକ ସଙ୍କଟ

ଶ୍ରୀଲଙ୍କାରେ ଆର୍ଥିକ ସଂକଟ ସହ ଏବେ ଉଗ୍ର ହେବାରେ ଲାଗିଛି ରାଜନୈତିକ ସଂକଟ । ଏହି କ୍ରମରେ ରାସ୍ତାରେ ହଜାର ହଜାର ଲୋକ ସରକାରଙ୍କ ଭୁଲ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଗତକାଲି ରାଜଧାନୀ କଲମ୍ବୋ ଠାରେ ବିକ୍ଷୋଭକାରୀମାନଙ୍କ ହିଂସକ ପ୍ରଦର୍ଶନ ଫଳରେ ଜଣେ ସାଂସଦଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏସବୁକୁ ନଜରରେ ରଖି ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଛନ୍ତି ପୋଲିସ । ଏହି ହିଂସାକୁ ରୋକିବାକୁ ସରକାର ସେନା ନିୟୋଜନ କରିଛନ୍ତି । ସାଧାରଣ ଲୋକମାନେ ଏବେ କ୍ଷମତାରେ ଥିବା ସରକାରୀ ଦଳର ସାଂସଦ ଓ ନେତାମାନଙ୍କ ଉପରେ ଏବେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ କିଛି ମନ୍ତ୍ରୀଙ୍କ ବାସଭବନରେ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଛନ୍ତି । କହିରଖୁ କି ଭୋକର ଦାଉ ମଣିଷକୁ କେତେ ନିଷ୍ଠୁର କରିପାରେ । ଦୀର୍ଘଦିନ ହେବ ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ମହାମାରୀ ଯୋଗୁଁ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଖାଦ୍ୟ ସଂକଟ ସାଂଗକୁ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଭୋକ ଉପାସରେ କାଳ କାଟୁଛନ୍ତି । ଏବେ ସରକାରଙ୍କ ଭୁଲ ନିଷ୍ପତ୍ତି ବିରୋଧରେ ଉଗ୍ର ପ୍ରଦର୍ଶନ ଜାରି ରଖିଛନ୍ତି । କୁହାଯାଉଛି କି ସାଂସଦଙ୍କୁ କେହି ହତ୍ୟା କରି ନାହାଁନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି । ସେ ରାସ୍ତାରେ ଯାଉଥିବା ବେଳେ କିଛି ଲୋକ ତାଙ୍କ ଗାଡିକୁ ଅଟକାଇଥିଲେ । ଏଥିରେ ସାଂସଦ ଜଣଙ୍କ ରାଗିଯାଇ ଗୁଳି ଚଳାଇଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ନିଜର ମାନସିିକ ଭାରସାମ୍ୟ ହରାଇ ସାଂସଦ ଜଣଙ୍କୁ ନିଜକୁ ଗୁଳିକରି ହତ୍ୟା କରିଛନ୍ତି ।

 

Show More

Related Articles

Back to top button