Breaking PLUSଓଡ଼ିଶା

ଖଟିଆରେ ବୁହାହେଲେ ରୋଗୀ

ରାସ୍ତା ଅଭାବ ଯୋଗୁଁ ପୁଣି ଖଟିଆରେ ବୁହା ହୋଇ ମେଡିକାଲ ଗଲେ ମହିଳା ରୋଗୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ପଞ୍ଚାୟତର ଫେରୁଦାବାଦ ଗ୍ରାମରେ । ଖରସ୍ରୋତା ନଦୀ କୂଳରେ ରହିଥିବା ଏହି ଗ୍ରାମରେ ପାଖାପାଖି ୧୧ ଟି ପରିବାର ବସବାସ କରନ୍ତି। ହେଲେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇନାହିଁ।
ଫଳରେ ଗାଁକୁ କୌଣସି ଗାଡ଼ି ବା ଆମ୍ବୁଲାନ୍ସ ଆସିପାରେ ନାହିଁ। ତେଣୁ କେହି ରୋଗରେ ପଡ଼ିଲେ ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ବନ୍ଧ ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ। ସେଠାରୁ ଆମ୍ବୁଲାନ୍ସ ବା ଗାଡ଼ିରେ ମେଡ଼ିକାଲକୁ ନିଆଯାଏ। ତେବେ ଗତ ୨ ଦିନ ତଳେ ଜଣେ ମହିଳା ରୋଗୀଙ୍କୁ ଖଟିଆରେ ବୁହା ହୋଇ ନିଆଯାଉଥିବା ଦେଖିବାକୁ ମିଳିଥିଲା। ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Show More

Related Articles

Back to top button