Breaking PLUSଦୁର୍ଘଟଣାମୁଖ୍ୟ ଖବର
ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍

ନୂଆଦିଲ୍ଲୀ : ରାସ୍ତାରେ ହୁତୁହୁତୁ ହୋଇ ଜଲିଲା ଯାତ୍ରୀବାହୀ ବସ୍ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଗୁରୁ ରବିଦାସ ମାର୍ଗରେ । ସୂଚନା ଅନୁଯାୟୀ, ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ରାସ୍ତାରେ ଯାଉଥିବା ସମୟରେ ବସରେ ନିଆଁ ଲାଗିଯାଇଥିଲା । ବସଟି ରବିଦାସ ମାର୍ଗ ଦେଇ ଯାଉଥିବା ସମୟରେ ହଠାତ ବସରୁ ଧୂଆଁ ବାହାରିଥିଲା । ଏହା ଦେଖି ବସରେ ଥିବା ସମସ୍ତ ଯାତ୍ରୀମାନେ ଭୟରେ ବାହାରକୁ ବାହାରି ଆସିଥିଲେ । କିଛି ସମୟ ମଧ୍ୟରେ ହିଁ ବସଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ନିଆଁ ଲାଗିବା ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇଁ ୨ଟି ଦମକଳ ଗାଡି ଘଟମାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟାକଲେ । ବର୍ତ୍ତମାନ ଖବର ସୁଦ୍ଧା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଖବର ମିଳିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଏହାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।