Breaking PLUSଦୁର୍ଘଟଣାମୁଖ୍ୟ ଖବର

ମା’ର ମୃତଦେହ ସହ ବନ୍ଦ ଘରେ ୫ ଦିନ ରହିଥିଲା ଦିବ୍ୟାଙ୍ଗ ଝିଅ

ମା’ର ମୃତଦେହ ସହ ୫ ଦିନ ବନ୍ଦ ଘରେ ରହିଥିଲା ଦିବ୍ୟାଙ୍ଗ ଝିଅ ।ଏଭଳି ଏକ ଲୋମଟାଙ୍କୁରା ଖବର ଆସିଛି ରାଉରକେଲା ଉଦିତନଗର ଥାନା ବାସନ୍ତୀ କଲୋନୀରୁ । ଗତବର୍ଷ କରୋନାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ଝିଅ ମାନସିକ ଭାରସାମ୍ୟ ହରାଇ ବସିଥିଲା । ତେଣୁ ମା’ ବାହାରକୁ ଗଲେ ଝିଅ କାଳେ କୁଆଡେ ପଳାଇଯିବ ସେଥିପାଇଁ ମା’ ଯୁଆଡେ ଯାଉଥିଲେ ବାହାର ପଟୁ ତାଲା ପକାଇ ଯାଉଥିଲେ । ହେଲେ ୫ ଦିନ ହେବ ଘର ବନ୍ଦ ରହିଥିଲା । ହେଲେ ବାହାରୁ ତାଲା ପଡ଼ିନଥିଲା । ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ପାଖ ପଡୋଶୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘର ଭିତରୁ ମା’ର ମୃତଦେହ ଉଦ୍ଧାର କରିବା ବେଳେ ଅନ୍ୟ ଏକ ଖଟରେ ଦିବ୍ୟାଙ୍ଗ ଝିଅଟି ଏକୁଟିଆ ଶୋଇଥିବା ଦେଖିଥିଲେ । ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ମା’ର କିପରି ମୃତ୍ୟୁ ହେଲା ପଚାରିବାରୁ ସେ, କିଛି କହିପାରୁନଥିବାରୁ ମୃତ୍ୟୁକୁ ନେଇ ଚିନ୍ତାରେ ପଡିଛି ପୋଲିସ ।

Show More

Related Articles

Back to top button