ଓଡ଼ିଶାଭକ୍ତିସ୍ୱତନ୍ତ୍ର

ରୁପା ଚାଦରରେ ଆଚ୍ଛାଦିତ ହେବ ଶ୍ରୀମନ୍ଦିର ବେହରଣ ଦ୍ୱାର,ଏଥିପାଇଁ ବ୍ୟୟ ହେବ ୩ କୋଟି ୭୩ ଲକ୍ଷ

ରୁପା ଚାଦରରେ ଆଚ୍ଛାଦିତ ହେବ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସମ୍ମୁଖ ମୁଖ୍ୟ ମନ୍ଦିର ବେହରଣ ଦ୍ୱାର । ଏଥିପାଇଁ ବ୍ୟୟ ହେବ ୩ କୋଟି ୭୩ ଲକ୍ଷ ଟଙ୍କା । ଏହି ଟଙ୍କା ପଶ୍ଚିମ ବଙ୍ଗର ଜଣେ ଦାତା ଦେବାକୁ କହିଥିବାବେଳେ ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ ବେହରଣ ଦ୍ୱାରରେ ରୁପା ଛାଉଣି ପଡ଼ି ସାରିଛି । ଦ୍ୱାରବନ୍ଧରେ ରୁପା ଚାଦର ପଡ଼ିଲେ ଏହି ଦ୍ୱାରର ସମ୍ପୂର୍ଣ୍ଣ ରୁପା ଛାଉଣି ହୋଇ ପାରିବ । ସେହିପରି ଦକ୍ଷିଣି ଘର, ବାହାର ରତ୍ନଭଣ୍ଡାର, ସରସ୍ୱତୀ ମନ୍ଦିର, ମୁକ୍ତି ମଣ୍ଡପ ନିକଟ ସୂର୍ଯ୍ୟ ମନ୍ଦିର ଗୁମୁଟ ଓ ଦ୍ୱାର, ମୁକ୍ତି ମଣ୍ଡପ ନିକଟ ସର୍ବମଙ୍ଗଳାଙ୍କ ମନ୍ଦିର ଦ୍ୱାରରେ ବି ରୁପା ଛାଉଣି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଏହି ସବୁ ଦ୍ୱାରର ଡିଜାଇନ କରାଯାଉଛି । ଏଥିପାଇଁ ଆବଶ୍ୟକ ରୁପା ବି ଯୋଗାଡ଼ ସରିଛି । ଦାନ ରୁପା ଏବଂ ଶ୍ରୀମନ୍ଦିରରେ ଗଚ୍ଛିତ ରୁପାକୁ ଏହି ସବୁ ଦ୍ୱାର ରୁପା ଛାଉଣିରେ ବିନିଯୋଗ କରାଯିବ ବୋଲି ଖବର ମିଳିଛି ।

 

Show More

Related Articles

Back to top button