Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୧୦ ଲକ୍ଷ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କୋଭିଡ ସଂକ୍ରମଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଦିଆଯାଇଥିବା ରିପୋର୍ଟ ଅନୁସାରେ ଏଯାଏଁ ଓଡ଼ିଶାରେ ମୋଟ ୧୦ ଲକ୍ଷ ୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରାଜ୍ୟରେ କୋଭିଡ ସଂକ୍ରମଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଦିଆଯାଇଥିବା ରିପୋର୍ଟ ଅନୁସାରେ ଏଯାଏଁ ଓଡ଼ିଶାରେ ମୋଟ ୧୦ ଲକ୍ଷ ୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସରକାରୀ ରିପୋର୍ଟ ଅନୁସାରେ ରାଜ୍ୟରେ ଆଜି ୯୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୧୧୬ ଜଣ ପିଲା ରହିଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୩୫୨, ଅନୁଗୁଳରୁ ୨୩, ବାଲେଶ୍ୱରରୁ ୫୧, ବରଗଡ଼ରୁ ୭, ଭଦ୍ରକରୁ ୧୨, ବଲାଙ୍ଗିରରୁ ୫, କଟକରୁ ୮୮, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୧୬, ଗଜପତିରୁ ୬, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୪୯ ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୧, କେଉଁଝରରୁ ୧୦, କୋରାପୁଟରୁ ୬, ମାଲକାନଗିରିରୁ ୭, ମୟୁରଭଞ୍ଜରୁ ୩୮, ନୟାଗଡ଼ରୁ ୧୯, ପୁରୀରୁ ୩୦, ରାୟଗଡ଼ାରୁ ୮, ସମ୍ୱଲପୁରରୁ ୧୩, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୮ ଓ ଷ୍ଟେଟ ପୁଲରୁ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମୋଟ ୧୦ ଲକ୍ଷ ୮୪ ପଜିଟିଭଙ୍କ ମଧ୍ୟରୁ ୯ଲକ୍ଷ ୮୩ ହଜାର ୨୪୫ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯ ହଜାର ୪୯୭।

Show More

Related Articles

Back to top button