Breaking PLUSଦୁର୍ଘଟଣାପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ମହାଶିବ ରାତ୍ରୀରେ ନବବିବାହିତାଙ୍କ ମୃତ୍ୟୁ

ଜାଗର ଯାତ୍ରାରେ ନବବିବାହିତାଙ୍କର ହେଲା ଶେଷ ଯାତ୍ରା ।

ଯାଜପୁର : ଜାଗର ଯାତ୍ରାରେ ନବବିବାହିତାଙ୍କର ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ  ଦୁର୍ଘଟଣାଗ୍ରସ୍ତ ହେଲେ ନବବିବାହିତା । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଞ୍ଚଳର ନିରୋଦ ପଣ୍ଡା ଓ ତାଙ୍କ ପତ୍ନୀ ଯାଜ୍ଞଶ୍ୱନୀ ପଣ୍ଡା ବାଇକ ଯୋଗେ ଆଜି ଚଣ୍ଡିଖୋଲ ମହାବିନାୟକଙ୍କ ଦର୍ଶନ ନିମନ୍ତେ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ଜାରକା ନିକଟ ଭାଲୁଖାଇ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯାଜ୍ଞଶ୍ୱନୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତି କରିଥିବା ବେଳେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ପ୍ରାୟ ଏକ ମାସ ତଳେ ନିରୋଦ ଯାଜ୍ଞଶ୍ୱନୀଙ୍କୁ ବିବାହ କରିଥିଲେ ।

Show More

Related Articles

Back to top button