ଓଡ଼ିଶାଖେଳମୁଖ୍ୟ ଖବର

ପ୍ରବଳ ବର୍ଷା ଯୋଗୁଁ ବାତିଲ ହେଲା ନ୍ୟୁଜିଲାଣ୍ଡ-ଭାରତ ଦ୍ୱିତୀୟ ଓ୍ୱାର୍ମଅପ୍‌ ମ୍ୟାଚ୍‌

ବ୍ରିସବେନ୍‌ : ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ବୁଧବାର ନିଜର ଦ୍ୱିତୀୟ ଓ୍ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିଥାନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ପ୍ରବଳ ବର୍ଷା କାରଣରୁ ବାତିଲ କରାଯାଇଛି। ତେବେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ସୁପର-୧୨ ମୁକାବିଲାକୁ ଓହ୍ଲାଇବ ଭାରତ। ଏମିତିରେ ଭାରତର ପ୍ରସ୍ତୁତି ଲାଗି ମ୍ୟାଚ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଓ୍ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିଥିଲା। ଏଥିରେ ଦମ୍‌ଦାର ବୋଲିଂ ସାଙ୍ଗକୁ ବ୍ୟାଟିଂ ନେଇ ଦଳ ବିଜେତା ହୋଇଥିଲା।

Show More

Related Articles

Back to top button