
ସାମ୍ନାକୁ ଆସିଲା ଫିଲ୍ମ ‘ଟାଇଗର-୩’ ର ନୂଆ ରିଲିଜ୍ ଡେଟ୍ । ବଲିଉଡର ଭାଇଜାନ ସଲମାନ ଖାନ ଏନେଇ ସୋସିଆଲ ମିଡିଆରେ ଫିଲ୍ମରୁ ତାଙ୍କର ନୂଆ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମର ଟିଜର ଅନେକ ମାସ ପୂର୍ବରୁ ରିଲିଜ୍ ହୋଇଥିଲାବେଳେ ପୂର୍ବରୁ ଫିଲ୍ମର ଦୁଇଟି ଭାଗ ଆସିଥିଲା । ଏଥର ମଧ୍ୟ କ୍ୟାଟ୍ରିନା ଏବଂ ସଲମାନଙ୍କୁ ଏକା ସହିତ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଭାଗ କବୀର ଖାନ ନିର୍ଦ୍ଦେଶିତ କରିଥିବା ବେଳେ ଦ୍ୱିତୀୟ ଭାଗ ଅଲି ଅବ୍ବାସ ଜାଫର ଏବଂ ବର୍ତ୍ତମାନ ତୃତୀୟ ଭାଗ ମହେଶ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।
ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ସଲମାନ ଖାନ ଲେଖିଛନ୍ତି ଯେ, ଏହି ଫିଲ୍ମ ବର୍ତ୍ତମାନ ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ସଲମାନ ଖାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଟାଇଗରର ଏକ ନୂଆ ତାରିଖ ଦୀପାବଳି ୨୦୨୩!
ସୂଚନାଯୋଗ୍ୟ, ଫିଲ୍ମ ‘ଟାଇଗର-୩’ ପୂର୍ବରୁ ୨୦୨୩ ଇଦ୍ ଅର୍ଥାତ୍ ୨୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ବର୍ତ୍ତମାନ ଏହା ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ ସହ ଇମ୍ରାନ ହାଶମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।