RBI ର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ସୀତିକାନ୍ତ ପଟ୍ଟନାୟକ ଏବଂ ରାଜୀବ ରଂଜନ

ନୂଆଦିଲ୍ଲୀ: ମେ ୧ ତାରିଖରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଡଃ ସୀତିକାନ୍ତ ପଟ୍ଟନାୟକ ଏବଂ ଡଃ ରାଜୀବ ରଂଜନଙ୍କୁ ନିଯୁକ୍ତ କରିଛି । ଏନେଇ RBI ନିଜେ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଉଲ୍ଲେଖ କରିଛି ଯେ , କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ରାଜୀବ ରଞ୍ଜନ ମୁଦ୍ରାନୀତି ବିଭାଗରେ କାର୍ଯ୍ୟ କରିବେ ଏବଂ ସୀତିକାନ୍ତ ପଟ୍ଟନାୟକ ଅର୍ଥନୀତି ଏବଂ ନୀତି ଅନୁସନ୍ଧାନ ବିଭାଗର ଦାଯିତ୍ୱ ସମ୍ଭାଳିବେ ।
ଇଡି ଭାବରେ ପଦୋନ୍ନତି ପାଇବା ପୂର୍ବରୁ ସୀତିକାନ୍ତ ପଟ୍ଟନାୟକ ଅର୍ଥନୈତିକ ଏବଂ ନୀତି ଅନୁସନ୍ଧାନ (DEPR) ବିଭାଗରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ରାଜୀବ ରଂଜନ ମୁଦ୍ରା ନୀତି ବିଭାଗର ଉପଦେଷ୍ଟା ତଥା ଏମପିସି ସଚିବ ଭାବରେ କାର୍ଯ୍ୟରତ ଥିଲେ।
ସେହିପରି ଶିକ୍ଷାଗତ ପୃଷ୍ଠଭୂମି ଭାବରେ ଦେଖିଲେ ରଂଜନ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ଅନ୍ୟପଟେ ସୀତିକାନ୍ତ ପଟ୍ଟନାୟକ ପଟ୍ଟନାୟକ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ହାସଲ କରିଛନ୍ତି।
ଉତ୍କଳ ପ୍ରହରୀ ପରିବାର ପକ୍ଷରୁ, ଡଃ ସୀତିକାନ୍ତ ପଟ୍ଟନାୟକ ଏବଂ ଡଃ ରାଜୀବ ରଂଜନ RBI ର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଥିବାରୁ , ଉଭୟଙ୍କୁ ଢେର୍ ସାରା ଅଭିନନ୍ଦନ ।