Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି
ବହୁ ଚର୍ଚ୍ଚିତ ସୌମ୍ୟଙ୍କ ଆତ୍ମହତ୍ୟା ଘଟଣା
ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ହତ୍ୟା ଘଟଣାରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ପୋଲିସ ଦଫା ୩୦୭ ଏବଂ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି। ସୂଚନାମୁତାବକ, ଜାନୁୟାରୀ ୩୦ରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ହାତ ଲେଖା ଚିଠି ଛାଡ଼ି ଯାଇଥିଲେ। ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଥିଲେ। ଏହା ପରେ ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଯେଉଁଥିପାଇଁ ସୌମ୍ୟଙ୍କ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।