
ନୂଆଦିଲ୍ଲୀ : ଆସନ୍ତା ମେ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ । ଏହି ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମଡେଲ ଜନିତ ତ୍ରୁଟି 4 ଦିନ ଆଗପଛ ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି
ପ୍ରତିବର୍ଷ ସ୍ୱଭାବିକ ଭାବେ ୨୦ ବେଳକୁ ସକ୍ରିୟ ହେଉଥିଲା ମୌସୁମି । କିନ୍ତୁ ଏଥର ଆହୁରି ୫ ଦିନ ବାକି ଥିବା ସତ୍ତ୍ୱେ ମଧ୍ୟ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କର ସୂଚନା ଦିଆ ଯାଇଛି ।
ଆଇଏମଡିର ଆକଳନ ଅନୁଯାୟୀ , ଦକ୍ଷିଣ ଆଣ୍ଡାମାନ ସାଗର ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କେତେକ ବିଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ହେବାରେ ଲାଗିଛି। ଆଣ୍ଡାମାନ ସାଗର ଉପରେ ମୌସୁମୀ ଅଗ୍ରଗତି ତାରିଖ ଏବଂ କେରଳ ଉପରେ ମୌସୁମୀ ଆରମ୍ଭ ହେବାର ତାରିଖ କିମ୍ବା ସାରା ଦେଶରେ ମୌସୁମୀ ବର୍ଷା ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଆଇଏମଡି ସୂଚନା ଦେଇଛି ।