ଓଡ଼ିଶା

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ

ଆସନ୍ତା ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ।  ତା’ପୂର୍ବରୁ ଆଜି ବିଧାନସଭାର ସମସ୍ତ ବିଧାୟକ ଓ କର୍ମଚାରୀଙ୍କର କୋଭିଡ୍ RTPCR ଟେଷ୍ଟ କରାଯାଉଛି । ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀଯ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ବହୁ ବିଧାୟକଙ୍କ ନମୁନା ସଂଗ୍ରହ କରାଯାଇଛି । ଏଥିସହ ସମସ୍ତ ବିଧାୟକଙ୍କର ଆଣ୍ଟିବଡି ଟେଷ୍ଟ ବି କରାଯାଉଛି । ଏଥିପାଇଁ ବିଧାନସଭା ପରିସରରେ ପୃଥକ ପୃଥକ ଦୁଇଟି କ୍ୟାମ୍ପ କରାଯାଇଛି ।

ଯେଉଁ ବିଧାୟକମାନେ ଗୃହକୁ ଆସିପାରିବେ ନାହିଁ ସେମାନଙ୍କ ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏବେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଗୃହ କାର୍ଯ୍ୟରେ ସାମିଲ ହେବାକୁ ଚାହିଁଲେ ହସ୍ପିଟାଲରୁ ତାଙ୍କ ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କୋଭିଡ୍ କଟକଣାରେ ଚାଲିବ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ । ୯ ତାରିଖ ଯାଏ ଚାଲିବ ।

Show More

Related Articles

Back to top button