ଅପରାଧଆଇନ କାନୁନଓଡ଼ିଶା

ରାତିଅଧରୁ ଏଟିଏମ୍‌ରୁ ୩୨.୨୬ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ରାତିଅଧରୁ ଏଟିଏମ୍‌ରୁ ୩୨.୨୬ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ହଳଦୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥର ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରେ । ଏଟିଏମକୁ ଗ୍ୟାସ କଟରରେ କାଟି ଦୁର୍ବୃତ୍ତ ଟଙ୍କା ଲୁଟ କରିଥିବା ଦେଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ , ଘଟଣାଟି ଗତକାଲି ବିଳମ୍ବିତ ରାତି ୩ଟା ୨୦ ମିନିଟ ସମୟରେ ଘଟିଛି, ଯାହା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି । ଆଖପାଖରେ ଥିବା ଅନ୍ୟ ସିସି କ୍ୟାମେରାରୁ ଜଣାପଡୁଛି ଯେ ୩ ଜଣ ବ୍ୟକ୍ତି ସେହି ସମୟରେ ସେଠାକୁ ଆସୁଛନ୍ତି ଆଉ ଭିତରକୁ ଯାଉଛନ୍ତି। ଜଣେ ସିସିଟିଭି କ୍ୟାମେରାକୁ କିଛି ଗୋଟେ ସ୍ପ୍ରେ କରୁଛି, ତାପରେ ସମସ୍ତେ ମିଶି ଲୁଟ କରୁଛନ୍ତି। ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳକୁ ସଦର ଥାନା ଆଇଆଇସି ଓ ପୁଲିସ ଟିମ୍ ସଦଳବଳେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ।

Show More

Related Articles

Back to top button