Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମ୍ୟାଟ୍ରିକ ରେଜଲ୍ଟ

ଭୁବନେଶର : ଆଉ ମାତ୍ର ଦିନକ ପରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଆସନ୍ତା ୬ ତାରିଖ ଅପରାହ୍ନ ୧ଟା ବେଳକୁ ବାହାରିବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୬ ତାରିଖ ଅପରାହ୍ନ ୧ଟା ବେଳେ ବୋର୍ଡ କାର୍ଯ୍ୟାଳୟରେ ମାର୍କ ବାହାରିବ । ଏହାର ଘଣ୍ଟାକ ପରେ ଛାତ୍ରଛାତ୍ରୀ www.bseodisha.ac.in ଏବଂ www.bseodisha.nic.in   ୱେବସାଇଟରେ ଲଗ୍‌ଇନ୍‌ କରି ନିଜ ମାର୍କ ଜାଣିପାରିବେ। ଏନେଇ ଆଜି ଅପରାହ୍ନରେ ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ । ଚଳିତ ବର୍ଷ ଏପ୍ରିଲ ୨୯ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ମାଟ୍ରିକ ପରୀକ୍ଷା ।  ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କରୋନା ଯୋଗୁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ  ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ। ଏଥର ଖାତଦେଖା ନିମନ୍ତେ ନୂଆ ମୂଲ୍ୟାୟନ ପଦ୍ଧତି ଆପଣାଯାଇଛି। ଯେଉଁ ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ରହିବେ, ସେମାନେ କିପରି ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିପାରିବେ ସେ ନେଇ ଆଜି ଅପରାହ୍ନରେ ସୂଚନା ଦେବେ ବୋର୍ଡ କର୍ତ୍ତୃପକ୍ଷ  ।

Show More

Related Articles

Back to top button