ଦୁର୍ଘଟଣାଦେଶସ୍ୱତନ୍ତ୍ର

ମହାରାଷ୍ଟ୍ରରେ ଲାଇନଚ୍ୟୁତ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌

ଫଳରେ ୧୦ଟି କୋଚ୍‌ ଟ୍ରାକ ବାହାରକୁ ଖସିଯାଇଛି

ମୁମ୍ବାଇ: ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲାହଭିଟ୍‌ ଏବଂ ଦେବଲାଲି ମଧ୍ୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନ ୩ଟା ୧୦ରେ ଲୋକମାନ୍ୟ ତିଲକ ଟର୍ମିନିୟସ୍‌(ଏଲଟିଟି)-ଜୟନଗର ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଫଳରେ ୧୦ଟି କୋଚ୍‌ ଟ୍ରାକ ବାହାରକୁ ଖସିଯାଇଛି।

କେନ୍ଦ୍ରୀୟ ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ଘଟଣାସ୍ଥଳକୁ ରିଲିଫ୍‌ ଟ୍ରେନ୍‌ ଏବଂ ମେଡିକାଲ ଭ୍ୟାନ୍ ପଠାଯାଇଥିବା ଦିଆଯାଇଥିବାବେଳେ ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ସୂଚନା ମିଳି ନାହିଁ। ତେବେ ଟ୍ରାକ୍‌ ଉପରେ ଏକ ମୃତ ଦେହ ପଡ଼ିଥିବା ନଜର ଆସିଛି । କିନ୍ତୁ ଏହି ମୃତ ବ୍ୟକ୍ତି ବାହାର ଲୋକ ଅର୍ଥାତ ସେ ଉକ୍ତ ଟ୍ରେନ୍‌ର ଯାତ୍ରୀ ହୋଇ ନଥିବା ସନ୍ଦେହ କରାଯାଉଛି। ଏହି ମୃତ ଦେହଟି ଟ୍ରେନ୍‌ ଲାଇନଚ୍ୟୁତ ହେବା ପୂର୍ବରୁ ସେଠାରେ ପଡ଼ିଥିବା କେନ୍ଦ୍ରୀୟ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶିଭାଜୀ ସୂତାର କହିଛନ୍ତି।

Show More

Related Articles

Back to top button