Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରକାଶ ପାଇଲା ଟପ୍‌-୫୦୦ ଗ୍ଲୋବାଲ କମ୍ପାନୀ ତାଲିକା, ତାଲିକାରେ ଭାରତର ୧୧ କମ୍ପାନୀ

ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା ଏହି ୧୧ କମ୍ପାନୀ ୧୪% ଅଭିବୃଦ୍ଧି ହାସଲ କରିଛନ୍ତି,ଯାହା ଭାରତର ମୋଟ ଜିଡିପିର ପ୍ରାୟ ଏକତୃତୀୟାଂଶ ହେବ।

ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା ଏହି ୧୧ କମ୍ପାନୀ ୧୪% ଅଭିବୃଦ୍ଧି ହାସଲ କରିଛନ୍ତି,ଯାହା ଭାରତର ମୋଟ ଜିଡିପିର ପ୍ରାୟ ଏକତୃତୀୟାଂଶ ହେବ। କରୋନା ପ୍ରଭାବ ଯୋଗୁ କୌଣସି ରାଷ୍ଟ୍ରାୟତ୍ତ କମ୍ପାନୀ ଏହି ତାଲିକାରେ ସ୍ଥାନିତ ହୋଇପାରିନାହାନ୍ତି। ହୁରୁନ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ୫୦୦ କମ୍ପାନୀ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୫୪ତମ ସ୍ଥାନରେ ରହିଛି। ସେହିଭଳି ୭୩ତମ ସ୍ଥାନରେ ଟାଟା କନ୍‌ସଲଣ୍ଟାନ୍ସି ସର୍ଭିସେସ୍‌ ରହିଛି। ସେହିଭଳି ଅନ୍ୟ ଭାରତୀୟ କମ୍ପାନୀ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ହିନ୍ଦୁସ୍ଥାନ ୟୁନିଲିଭର, ଇନ୍‌ଫୋସିସ, ଏଚ୍‌ଡିଏଫ୍‌ସି, କୋଟାକ ମହିନ୍ଦ୍ରା ବ୍ୟାଙ୍କ ରହିଛନ୍ତି। ଏହାର ପ୍ରଥମ ସ୍ଥାନରେ ଟେକ୍ନୋଲୋଜି କମ୍ପାନୀ ଆପଲ ଏବଂ ପରେ ପରେ ମାଇକ୍ରୋସଫ୍ଟ ଏବଂ ଆମାଜନ ରହିଛନ୍ତି। ତାଲିକାରେ ଆମେରିକାର ୨୪୨ କମ୍ପାନୀ ସ୍ଥାନିତ ହୋଇଥିବା ବେଳେ ଚାଇନାର ୫୧ ଏବଂ ଜାପାନର ୩୦ ରହିଛନ୍ତି।

Show More

Related Articles

Back to top button