ଅପରାଧଆଇନ କାନୁନଓଡ଼ିଶା

ଯୌତୁକ ପାଇଁ ଚାଲିଗଲା ନବବଧୂର ଜୀବନ

ଭୁବନେଶ୍ୱର : ଯୌତୁକ ପାଇଁ ଚାଲିଗଲା ନବବଧୂର ଜୀବନ ।  ରାଜଧାନୀ ଭୂବନେଶ୍ୱରରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ଏପରି ଅଭିଯୋଗ ଆଣିଲେ ଝିଅର ବାପ ଘର ଲୋକ । ମୃତ ମହିଳା ହେଲେ ପ୍ରଭାପତି ନାୟକ । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା ପୋଲିସର ତଦନ୍ତ ଆରମ୍ଭ ।

ସୂଚନା ଅନୁଯାୟୀ, ଭୁବନେଶ୍ବର ଖଣ୍ଡଗିରିସ୍ଥିତ ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆ ଗତ ଏପ୍ରିଲ ୨୮ ତାରିଖରେ ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାପତିଙ୍କୁ ବିବାହ କରିଥିଲେ । କିନ୍ତୁ ଗତ ମେ ୨୯ ତାରିଖରେ ହଠାତ ବାପ ଘର ଲୋକ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ପର ଦିନ ଝିଅ ବାପା ଘର ଲୋକ ଭୁବନେଶ୍ବର ଆସିବା ବେଳକୁ ଝିଅକୁ ମଶାଣିକୁ ନେଇ ଯାଇଥିବା ଖବର ପାଇଥିଲେ । ଏହା ପରେ ମେ ୩୦ରେ ମହିଳାଙ୍କ ମା ମାଧବୀ ନାୟକ ଆସି ଖଣ୍ଡଗିରି ଥାନାରେ ଝିଅକୁ ବାହାଘର ପରେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । ପୁଲିସ ଉକ୍ତ ଘଟଣାରେ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିବାସହ ଘଟଣାର ଅଥିକ ତଦନ୍ତ କରୁଛି ।

Show More

Related Articles

Back to top button