Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମାମଲା ରୁଜୁ ହେବା ପରେ କ୍ଷମା ମାଗିଲେ ଉମା

ଦିବଙ୍ଗତ ରାଜନେତା ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇ କୋଭିଡ-୧୯ କଟକଣା ଉଲ୍ଲଂଘନ କରିଥିବାରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ପ୍ରାର୍ଥନା କରିଛନ୍ତି । ବିଜେଡି ବିଧାୟକ ଶ୍ରୀ ସାମନ୍ତରାୟ ଟ୍ୱିଟ୍ କରି କହିଛନ୍ତି, ଆଇନରୁ ଉର୍ଦ୍ଧ୍ୱରେ କେହି ନୁହନ୍ତି ।

ସେ କରୋନା ପଜିଟିଭ୍ ହୋଇଥିବା ସତ୍ତ୍ୱେ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇ ଭୁଲ କରିଛନ୍ତି । ତାଙ୍କ ବିରୋଧରେ ଯାହା ବି କାର୍ଯ୍ୟାନଷ୍ଠାନ ହେବ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି । ଏଭଳି ଭୁଲ ପାଇଁ ସେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ମାସ ୨୮ ତାରିଖରେ ଶ୍ରୀ ସାମନ୍ତରାୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେଣୁ ସେ ୧୭ ଦିନ କ୍ୱାରେଣ୍ଟାଇନରେ ରହିବା କଥା । ଏହା ସତ୍ତ୍ୱେ ସେ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ ।

Show More

Related Articles

Back to top button