ଦେଶସେଲିବ୍ରିଟିସ୍ୱତନ୍ତ୍ର

ଉର୍ଫିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କଲେ ଓକିଲ

ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାବେଦ । ତାଙ୍କର ଅନେକ ସଂଖ୍ୟକ ପ୍ରଶଂସକ ଥିବାବଳେ ନିଜ ପୋଷାକ ଓ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି । ଯେଉଁଥିପାଇଁ ଅନେକଥର ତାଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡିଥାଏ । କିନ୍ତୁ ଏସବୁ ତାଙ୍କ ଉପରେ କିଛି ଫରକ ପଡେନାହିଁ ବୋଲି ମିଡିଆ ସାମ୍ନାରେ ସେ ଅନେକଥର କହିଛନ୍ତି। କିନ୍ତୁ ଗତ ଶୁକ୍ରବାର ଉର୍ଫି ବିରୋଧରେ ମୁମ୍ବାଇର ଅନ୍ଧେରୀ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ଏହା ତାଙ୍କ ପାଇଁ ଅଡୁଆ ଆଣିପାରେ ବୋଲି କୁହାଯାଉଛି ।

ପୁଲିସର ସୂଚନା ଅନୁଯାୟୀ,ଆଇନଜୀବୀ ଅଲି କାଶିଫ ଖାନ୍ ଦେଶମୁଖ ଶୁକ୍ରବାର ଉର୍ଫିଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉର୍ଫି ଅବୈଧ ଓ ଅଶ୍ଳୀଳତାର ପ୍ରଚାର ପ୍ରସାର କରୁଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏହା ଅନ୍ୟମାନଙ୍କ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଓକିଲ ନିଜ ଅଭିଯୋଗରେ କହିଛନ୍ତି।

 

Show More

Related Articles

Back to top button