Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ନଈ ମଝିରେ କୁମ୍ଭୀର ସହ ଲଢେଇ କରି ନିଜ ଜୀବନ ବଞ୍ଚାଇଲେ ନାବାଳକ

ପଟ୍ଟାମୁଣ୍ଡାଇ : ନଈକୁ ଗାଧୋଇବାକୁ ଗଲାବେଳେ ଟାଣିନେଲା କୁମ୍ଭୀର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁରେ।
ସୂଚନାଯୋଗ୍ୟ, କି ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ କାଣିନଦୀକୁ ଗାଧୋଇବାକୁ ଯାଇଥିଲା । ଏହି ସମୟରେ ଏକ ବଉଳା କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ହେଲେ ନାବାଳକ ଜଣକ ନିଜର କୌଶଳକ୍ରମେ କୁମ୍ଭୀରସହ ଲଢେଇ କରି ନିଜ ଜୀବନ ବଞ୍ଚାଇଥିଲା । ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁସାରେ, ନଦୀରେ ପ୍ରାୟ ୬ ଜଣ ଗାଧୋଉ ଥିଲେ କିନ୍ତୁ ଜଣେ ନାବାଳକ ନଦୀ ଭିତରକୁ ଯାଇଥିଲେ। ସେତିକିବେଳେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଚିତ୍କାର ଶୁଣିବା ପରେ ପାଖ ପିଲାମାନେ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଶେଷରେ ନାବାଳକଜଣଙ୍କ ସାହସର ସହିତ କୁମ୍ଭୀର ସହିତ ଏକାକୀ ମୁକାବିଲା କରି ନିଜ ଜୀବନକୁ ରକ୍ଷା କରିିଥିଲା । ବର୍ତ୍ତମାନ ନାବାଳକ ଜଣଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେକୁ ଚିକିତ୍ସା ପାଇଁ ନିଆଯାଇଛି ।

Show More

Related Articles

Back to top button