Breaking PLUSଓଡ଼ିଶାଖେଳମୁଖ୍ୟ ଖବର
୨୪ ତାରିଖରୁ ରାଜ୍ୟ ରାଜଧାନୀରେ ହେବ ଜୁନିଅର ହକି ବିଶ୍ୱକପ

ଖୁବଶୀଘ୍ର ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଜୁନିଅର ହକି ବିଶ୍ୱକପ । ଏନେଇ କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ । ଏହି ବିଶ୍ୱକପରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଏନେଇ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚିସାରିଛି । ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ ।
ବାୟୋ ବବଲ ପ୍ରକ୍ରିୟାରେ ବିଶ୍ୱକପ ଅନୁଷ୍ଠିତ ହେବ । କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି । ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ । ଖାଲିସେତିକି ନୁହେଁ, ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି । ନିରାଡ଼ମ୍ବରରେ ଜୁନିଅର ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ହେବ ।