Breaking PLUSଓଡ଼ିଶାମୁଖ୍ୟ ଖବର
ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ ଲାଠିପଡ଼ା ଗାଁ ନିକଟରେ ଘଟଣା ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଛାନ୍ଭିନ୍ ଜାରି ରହିଛି ।

ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ ଲାଠିପଡ଼ା ଗାଁ ନିକଟରେ ଘଟଣା ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଛାନ୍ଭିନ୍ ଜାରି ରହିଛି ।
ଖବର ଅନୁଯାୟୀ, ଭଞ୍ଜନଗର କେନ୍ଦ୍ର ବନାଞ୍ଚଳ ଲାଠିପଡା ଗ୍ରାମ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟିର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା କରେଣ୍ଟ ଲାଗି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେପଟେ ତରବରିଆ ଭାବେ ବନ ବିଭାଗ ହାତୀଟିର ମୃତଦେହ ପୋତିଦେବାକୁ ଚେଷ୍ଟା କରୁଛି। ଏପରିକି ସଫେଇ ଦେବାକୁ ଯାଇ ବନ ବିଭାଗ କହିଛି ଯେ, ୧୧ କେଭି ବିଦ୍ୟୁତ ତାର ଶୁଣ୍ଢରେ ଲାଗି ହାତୀଟିର ମୃତ୍ୟୁ ହୋଇଛି। ତେବେ ଏହି ମୂଲ୍ୟବାନ ଜୀବର ମୃତ୍ୟୁ ର ସଠିକ ତଦନ୍ତ ହେବା ଆବଶ୍ୟକ ବୋଲି ସର୍ବସାଧାରଣରେ ଦାବି ହୋଇଛି।