Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଆଇପିଏଲ୍ ମହାମୁକାବିଲା, ମୁହାଁମୁହିଁ ହେବେ ମୁମ୍ୱାଇ ଓ ଦିଲ୍ଲୀ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନର ଅନ୍ତିମ ମ୍ୟାଚ୍ ଅର୍ଥାତ୍ ଆଇପିଏଲ୍ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇର ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ | ଆଇପିଏଲ୍ ଇତିହାସକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ ଅତ୍ୟନ୍ତ ଶକ୍ତିଶାଳୀ ଦଳ, କାରଣ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପୂର୍ବରୁ 5 ଟି ଫାଇନାଲ ଖେଳି ଚାରିଟି ଟାଇଟଲ ଜିତିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନର ଅନ୍ତିମ ମ୍ୟାଚ୍ ଅର୍ଥାତ୍ ଆଇପିଏଲ୍ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇର ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ | ଆଇପିଏଲ୍ ଇତିହାସକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ ଅତ୍ୟନ୍ତ ଶକ୍ତିଶାଳୀ ଦଳ, କାରଣ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପୂର୍ବରୁ 5 ଟି ଫାଇନାଲ ଖେଳି ଚାରିଟି ଟାଇଟଲ ଜିତିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି । ଏଭଳି ଅନୁଭବରେ ମଧ୍ୟ ଦିଲ୍ଲୀ ଦଳ ବହୁ ପଛରେ ରହିଛି । ତେବେ କ୍ରିକେଟ ଏକ ଅନିଶ୍ଚିତତାର ଖେଳ ହୋଇଥିବାରୁ ଆଗରୁ କିଛି କହିବା ଆମ ମାନଙ୍କ ଭୁଲ ପ୍ରମାଣିତ ହୋଇପାରେ ।

ଚାରିଥର ଚାମ୍ପିଅନ୍ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ସିଜନରେ ପୂର୍ବରୁ ତିନୋଟି ମ୍ୟାଚ୍ ଖେଳାଯାଇଛି | ଚତୁର୍ଥ ଥର ପାଇଁ ଚଳିତ ସିଜନରେ ଟାଇଟଲ ଜିତିବା ପାଇଁ ଉଭୟ ଦଳ ସଂଘର୍ଷ କରିବେ, କିନ୍ତୁ ଦିଲ୍ଲୀ ଦଳ ଉପରେ ପ୍ରବଳ ଚାପ ରହିବ କାରଣ ମୁମ୍ବାଇ ଦଳ ଚଳିତ ସିଜନରେ ଖେଳାଯାଇଥିବା ଗତ ତିନୋଟି ମ୍ୟାଚରେ ଦିଲ୍ଲୀ ଦଳକୁ ଅସୁବିଧାରେ ପକାଇଛି । ଲିଗ୍ ପର୍ଯ୍ୟାୟରେ ଦୁଇଥର ଏବଂ କ୍ୱାଲିଫାୟର୍ ୱାନରେ ଥରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀର ମୁମ୍ବାଇ ବିପକ୍ଷରେ ଟାଇଟଲ ଜିତିବା ସହିତ ପ୍ରତିଶୋଧ ନେବାର ଏକ ବଡ଼ ସୁଯୋଗ ରହିଛି ।

ଆଇପିଏଲ ଇତିହାସରେ ମୁମ୍ବାଇ ଏବଂ ଦିଲ୍ଲୀ ମୋଟ 27 ଥର ମୁହାଁମୁହିଁ ହୋଇଛନ୍ତି । ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ 15 ଥର ଜିତିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ 12 ଥର ଜିତିଛି । ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦୁଇ ଦଳ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଥିଲେ, 12-12 ମ୍ୟାଚ୍ ଜିତିଥିଲେ, କିନ୍ତୁ 2020 ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ତିନିଥର ପରାସ୍ତ କରିଛି | ଏଭଳି ପରିସ୍ଥିତିରେ ଗତ ପାଞ୍ଚଟି ମ୍ୟାଚରେ ଦିଲ୍ଲୀ କେବଳ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚାରିଟି ମ୍ୟାଚ୍ ଜିତିଛି । ତେବେ ଆସନ୍ତୁ ନଜର ପକାଇବା ଉଭୟ ଦଳର ଫ୍ଲେଇଙ୍ଗ ଏକାଦଶ ଉପରେ ।

ମୁମ୍ୱାଇ ଇଣ୍ଡିଆନ୍ସ – ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡିକକ୍ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶାନ୍, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ନାଥାନ୍ କୁଲଟର ନୀଲ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମ୍ରା।

ଦିଲ୍ଲୀ କ୍ୟାପିଟାଲ୍ସ – ଶିଖର ଧାୱନ, ମାର୍କସ ଷ୍ଟୋଇନିସ, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟର (ଅଧିନାୟକ), ଋିଷଭ ପନ୍ତ (ୱିକେଟ୍ କିପର), ଶିମ୍ରନ୍ ହେଟମିୟର, ଅକ୍ଷାର ପଟେଲ, ଆର ଅଶ୍ୱିନ୍, କାଗିସୋ ରାବାଡା, ଏନ୍ରିକ୍ ନୋର୍କିଆ ଏବଂ ପ୍ରବୀମ୍ ଦୁବେ ।

Show More

Related Articles

Back to top button