Breaking PLUSଓଡ଼ିଶାମୁଖ୍ୟ ଖବର
୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଲେ ପ୍ରଧାନ ଶିକ୍ଷକ

ଭବାନୀପାଟଣା: ଗୋଲାମୁଣ୍ଡା ବ୍ଲକ୍ ଲେତେର ତ୍ରିଶକ୍ତି ହାଇସ୍କୁଲ ପ୍ରଧାନ ଶିକ୍ଷକ କର୍ଣ୍ଣ କୁମାର ତାଣ୍ଡି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଛନ୍ତି। ଜଣେ ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଧରିଥିଲା। ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସର ଦୁଇଟି ଦଳ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଅଫିସ ଏବଂ ଘରେ ଚଢ଼ାଉ କରିଛନ୍ତି।