
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚିନି ରପ୍ତାନି ପ୍ରତିବନ୍ଧକ ଉପରେ ଆଉ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିଜିଏଫ୍ଟି କହିଛନ୍ତି, ବିଶୋଧିତ ଓ ଧଳା ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ୩୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି। ତେବେ ଘରୋଇ ବଜାରରେ ଚିନି ଉପଲବ୍ଧତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଏହାର ରପ୍ତାନି ଉପରେ ପ୍ରତିବନ୍ଧକକୁ ଆସନ୍ତା ବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ସିଏକ୍ସଏଲ୍ ଓ ଟିଆର୍କ୍ୟୁ ଡ୍ୟୁଟି ରିହାତି କୋଟା ଅନ୍ତର୍ଗତ ୟୁରୋପୀୟ ୟନିଅନ୍ ଏବଂ ଆମେରିକାକୁ ଚିନି ରପ୍ତାନିରେ ଏହି ପ୍ରତିବନ୍ଧକ ଲାଗୁ କରାଯିବ ନାହିଁ ।