Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆସିଲା ଖୁସି ଖବର ହ୍ରାସ ପାଇଲା ସୁନା ଦର

୫ ଦିନରେ ସୁନା ଦାମରେ ୩୫୦୦ ଟଙ୍କା ହ୍ରାସ ନଜର ଆସିଛି ।

ଗ୍ଲୋବାଲ ମାର୍କେଟରେ ସୁନା ଦାମ ହ୍ରାସ ପାଇବା ଯୋଗୁଁ ମଙ୍ଗଳବାର ଭାରତୀୟ ବଜାରରେ ମଧ୍ୟ ସୁନା-ରୂପାର ଦାମ୍ ହ୍ରାସ ପାଇଛି । ମଲ୍ଟିକମୋଡିଟି ଏକ୍ସଚେଞ୍ଜ୍ ରେ ଆଜି ସୁନା ଦାମ ୩୨୫ ଟଙ୍କାକୁ ହ୍ରାସ ପାଇଛି । ଗତ ୫ ଦିନରେ ସୁନା ଦାମରେ ୩୫୦୦ ଟଙ୍କା ହ୍ରାସ ନଜର ଆସିଛି ।ଏମସିଏକ୍ସରେ ସକାଳ ୯.୧୦ ମିନିଟରେ ୧୦ ଗ୍ରାମ ସୁନାର ବାଏଦା ରେଟ୍ ୩୨୫ ଟଙ୍କା ହ୍ରାସ  ପାଇ ୫୧୯୯୯ ଟଙ୍କାରେ ପହଞ୍ଚି ଯାଇଥିଲା । ଗତ କିଛି ଦିନରେ ସୁନା ଦାମରେ ଲଗାତର ହ୍ରାସ ଦେଖିବାକୁ ମିଳୁଛି । ଏମସିଏକ୍ସରେ ରୂପା ଦାମ୍ ମଧ୍ୟ ୫୬୧ ଟଙ୍କା ହ୍ରାସ ପାଇଛି ଏବଂ ସକାଳେ ରୂପା ୬୮,୨୮୩ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଥିଲା । ଗତ ସପ୍ତାହ ଏମସିଏକ୍ସରେ ସୁନା ଦାମ ୫୫,୬୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଥିଲା । ଏହିଭଳି ପ୍ରାୟ ୫ ଦିନରେ ସୁନା ଦାମ୍ ୩୫୦୦ ଟଙ୍କା କମିଛି । ଗ୍ଲୋବାଲ୍ ମାର୍କେଟରେ ମଙ୍ଗଳବାର ସକାଳେ ସୁନା ଏବଂ ରୂପାର ହାଜିରା ଦାମରେ ହ୍ରାସ ଦେଖିବାକୁ ମିଳିଛି । ରୂପା ପ୍ରାୟ ୦.୭ ଡଲାର ହ୍ରାସ ପାଇ ୨୫.୧୧ ଡଲାର ପ୍ରତି ଆଉନ୍ସ ଦାମକୁ ଆସିଯାଇଛି ।

Show More

Related Articles

Back to top button