ଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆସନ୍ତା ୧୯ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ସମ୍ମାନ ସହିତ ହେବ ଶେଷକୃତ୍ୟ

ଗତ ଗୁରୁବାର ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଲିଯାଇଛି । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀରକୁ କଫିନ୍‌ ଯୋଗେ ବାଲମୋରାଲ ଦୁର୍ଗରୁ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗକୁ ନିଆଯାଇଥିବାବେଳେ ସେପ୍ଟେମ୍ବର ୧୯ରେ ରାଜକୀୟ ସମ୍ମାନ ସହିତ ୱେଷ୍ଟମିଂଷ୍ଟର ଆବେରେ ସକାଳ ୧୧ଟାରେ  ତାଙ୍କର ଶେଷକୃତ୍ୟ କରାଯିବ।

ରାଣୀ ଏଲିଜାବେଥ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ରାଣୀ ଭାବେ ବ୍ରିଟେନରେ କାମ କରୁଥିଲେ। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ଚାର୍ଲସ ତୃତୀୟ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ୭୩ ବର୍ଷୀୟ କିଙ୍ଗ ଚାର୍ଲସ ଶପଥ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ଦିବଂଗତ ରାଣୀ ତଥା ତାଙ୍କ ମା’ ଏଲିଜାବେଥ ଦ୍ୱିତୀୟଙ୍କୁ ମନେପକାଇଥିଲେ। ଏଥିସହ ସେ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରିବେ ଓ ସେ ନିଜର ଡ୍ୟୁଟି ବିଷୟରେ ଭଲ ଭାବେ ଅବଗତ ଥିବା ମଧ୍ୟ କହିଛନ୍ତି।

Show More

Related Articles

Back to top button