Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ , ଆଜି ସନ୍ଧ୍ୟାରେ ଥମିବ ପ୍ରଚାର

ଭୁବନେଶ୍ୱର- ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ’ ୧୩ରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ। ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪୩ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।