Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମହିଳା ସୁଟର ଅବନୀ ଲେଖରା

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି । ଜନ୍ମାଷ୍ଟମୀରେ ସୁଟିଂରୁ ଆସିଛି ଖୁସି ଖବର । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା ।

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି । ଜନ୍ମାଷ୍ଟମୀରେ ସୁଟିଂରୁ ଆସିଛି ଖୁସି ଖବର । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା ।

ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ । ଏଥିସହ ଓ୍ୱାଲର୍ଡ ରେକର୍ଡ ସମକକ୍ଷ ବି ହୋଇଛନ୍ତି ଅବନୀ ଲେଖରା । ୧୯ ବର୍ଷୀୟ ଅବନୀ ଲେଖରା ୧୦ ମିଟର ଏୟାର ରାଇଫଲର କ୍ଲାସ ଏସଏଚ୍1ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ପ୍ରଥମ ଥର ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରି କମାଲା କରିଛନ୍ତି ଅବନୀ ଲେଖରା । ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ସୁଟିଂରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ । ତାଙ୍କର ଏହି ସଫଳତାରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Show More

Related Articles

Back to top button