Breaking PLUSଦେଶପାଣିପାଗମୁଖ୍ୟ ଖବର

କଟକ ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ

ବାରଙ୍ଗ: ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କଟକ ମୁଣ୍ଡୁଳୀଠାରେ ପହଞ୍ଚିଛି । ଗତକାଲି ମଧ୍ୟ ରାତିରୁ ଏହି ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି । ହୀରାକୁଦ ଡ୍ୟାମରୁ ୫ଟି ଗେଟ୍ ଖୋଲାବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ମଙ୍ଗଳବାର ରାତି ସାଢ଼େ୧୦ଟାରେ ପହଞ୍ଚିଛି । ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୬ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ବ୍ୟାରେଜ ଉପର ମୁଣ୍ଡରେ ଜଳସ୍ତର ୮୦.୪୦ ଫୁଟ୍ ଥିବାବେଳେ ଓ ତଳମୁଣ୍ଡରେ ୭୭.୫୦ଫୁଟ ରହିଛି । ତେବେ ଏହା ବିପଦ ସଂକେତର ବହୁ ତଳେ ରହିଛି । ଏହାଦ୍ୱାରା ମହାନଦୀରେ ଜଳସ୍ତର ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ତଳିଆ ଅଞ୍ଚଳ ପାଇଁ କୌଣସି ବିପଦ ନଥିବା ମୁଣ୍ଡଳୀ ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button