
୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର । ଏହି ଅବସରରେ ରାମ ମନ୍ଦିରର ୫୦୦ ବର୍ଷ ତଳର ଇତିହାସ ଉପରେ ନିର୍ମିତ ହେବ ଏକ ଫିଲ୍ମ । ଏଥିରେ ସ୍ୱର ଦେବେ ବିଗ୍ ବି ଅମିତାଭ ବଚ୍ଚନ । ଏଥିପାଇଁ ମନ୍ଦିର ନିର୍ମାଣ ସମିତି ପକ୍ଷରୁ ଅନୁରୋଧ କରାଯାଇଛି ।
ଏନେଇ ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକରେ ଏହା ଆଲୋଚନା କରାଯାଇଛି। ଏହି ଫିଲ୍ମରେ ମନ୍ଦିର ନିର୍ମାଣ ସମୟରେ ହୋଇଥିବା ସଂଘର୍ଷର କାହାଣୀ ପ୍ରଦର୍ଶିତ ହେବ। ଫିଲ୍ମକୁ ଦୂରର୍ଶନରେ ଦେଖାଇବାକୁ ଘୋଷଣା କରାଯାଇଛି।
ଖୁବ୍ ଶୀଘ୍ର ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହେବ। ଏଥି ସହିତ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ସଚିବ ସଚ୍ଚିଦାନନ୍ଦ ଯୋଶୀ ଏହି ଫିଲ୍ମ ସମୟରେ କୋଅର୍ଡିନେସନ୍ କାର୍ଯ୍ୟ କରିବେ। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ।