ଓଡ଼ିଶାବଲିଉଡବ୍ୟକ୍ତିତ୍ୱସେଲିବ୍ରିଟି
ଜୁଲାଇରେ ବଡ ପରଦାକୁ ଆସିବାକୁ ଯାଉଛି ଏହି ଫିଲ୍ମ
ଖୁବ୍ ଶୀଘ୍ର ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଫିଲ୍ମ "ଶମଶେରା"

ଖୁବ୍ ଶୀଘ୍ର ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଫିଲ୍ମ “ଶମଶେରା” । ରିଲିଜ୍ ତାରିଖ ଘୋଷଣା ସରିଛି। ଫିଲ୍ମଟି ଜୁଲାଇ ୨୨ରେ ବଡ ପରଦାକୁ ଆସିବାକୁ ଯାଉଛି। ବହୁ ଦିନର ବିରତି ପରେ ରଣବୀରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମକୁ କରଣ ମାଲହୋତ୍ରା ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମରେ ରଣବୀର, ଭାନି ଏବଂ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି। ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯିବା ସହ ଏହାର ଟିଜର ମଧ୍ୟ ଜାରି କରାଯାଇଛି। ପାଖାପାଖି ଏକ ମିନିଟର ଟିଜରରେ ତିନି କଳାକାରଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ତେବେ ଦାବି କରାଯାଉଛି ଯେ, ଏହା ଦେଶ ସ୍ଵାଧୀନ ହେବା ପୂର୍ବର ଭାରତର ଡକାୟତଙ୍କ କାହାଣୀ ଉପରେ ପର୍ଯ୍ୟବେଷିତ ରହିଛି।
ଏହାର ମୁକ୍ତିଲାଭ ପାଇଁ ପ୍ରଶଂସକମାନେ ଉକ୍ତଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ର ହିନ୍ଦୀ ବ୍ୟାତୀତ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।