Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି

ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୪ ମାସରେ ଟିକସ ଆଦାୟରେ ଏଭଳି ବୃଦ୍ଧି ଘଟିଥିବା ଜଣାପଡିଛି।

ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୪ ମାସରେ ଟିକସ ଆଦାୟରେ ଏଭଳି ବୃଦ୍ଧି ଘଟିଥିବା ଜଣାପଡିଛି। ଚଳିତ ବର୍ଷ ଅଏଲ ବଣ୍ଡ୍‌ ବାବଦ ସରକାର ଯେଉଁ ଅର୍ଥ ପଇଠ କରିବାକୁ ରହିଛି ଟିକସ ଆଦାୟ ସେହି ଅର୍ଥ ତୁଳନାରେ ପ୍ରାୟ ୩ ଗୁଣ ଅଧିକ ରହିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ମତ ପ୍ରକାଶ କରିଛନ୍ତି। କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ ଡାଟା ମୁତାବକ, ଏହି ୪ ମାସରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପେଟ୍ରୋଲିୟମ ସାମଗ୍ରୀ ଟିକସରୁ ୧ ଲକ୍ଷ କୋଟି ଟଙ୍କା ଆଦାୟ କରିଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟ ଅବଧିରେ ଏହା ୬୭,୮୯୫ ହଜାର କୋଟି ଟଙ୍କା ରହିଥିଲା। ଗତ ଆର୍ଥତ୍କ ବର୍ଷ ସମାନ ଅବଧି ତୁଳନାରେ ସରକାର ଅଧିକ ୩୨,୪୯୨ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି। ପୂର୍ବର କଂଗ୍ରେସ ସରକାରଙ୍କ ଅମଳରେ ହୋଇଥିବା ଅଏଲ ବଣ୍ଡ ଦେୟ ବାବଦ ଚଳିତ ଆର୍ଥତ୍କ ବର୍ଷ ୧୦ ହଜାର କୋଟି ଟଙ୍କା ସରକାର ପଇଠ କରିବେ। ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଖୋଲୁଥିବାରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବଢିଛି। ଉତ୍ପାଦ ଟିକସର ଅଧିକାଂଶ ଭାଗ ପେଟ୍ରୋଲ ଡିଜେଲରୁ ଆସୁଥିବା ଜଣାପଡିଛି।
ଲୋକଙ୍କୁ ବର୍ଦ୍ଧିତ ତେଲ ଦରରୁ ଆଶ୍ୱସ୍ତି ଦେବା ଲାଗି ପୂର୍ବର କଂଗ୍ରେସ ସରକାର ୧.୩୪ ଲକ୍ଷ କୋଟି ଟଙ୍କାର ଏକ ଅଏଲ ବଣ୍ଡ ଜାରି କରିଥିଲେ। ଲୋକଙ୍କୁ ସବ୍‌ସିଡି ଦରରେ ପେଟ୍ରୋଲ, ଡିଜେଲ,ଏଲ୍‌ପିଜି ଏବଂ କିରୋସିନ ଯୋଗାଣ ଦିଗରେ ଏଭଳି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ତେଲ ଦର ଉଚ୍ଚରେ ରହିଥିବାରୁ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂ ପୁରୀ ଅଏଲ ବଣ୍ଡକୁ ଦାୟୀ କରିଥିଲେ। ତେଲ ବଣ୍ଡ ଅର୍ଥ ପ୍ରଦାନ କରିବାକୁ ଥିବାରୁ ସରକାର ଉତ୍ପାଦ ଟିକସ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେଇ ପାରିବେ ନାହିଁ ବୋଲି ସୀତାରାମନ ସ୍ପଷ୍ଟ ଭାବେ କହିଦେଇଛନ୍ତି। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ନେଇ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରିଥିବା ଜଣାପଡିଛି। ଗତ ୭ ବର୍ଷରେ ସରକାର ତେଲ ଟିକସରୁ ୩୨ ଲକ୍ଷ କୋଟି ଆଦାୟ କରିଛନ୍ତି ଯାହା ଲୁଟ ବୋଲି ରାହୁଲ ମତ ରଖିଛନ୍ତି।

Show More

Related Articles

Back to top button