
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ । ହେମନ୍ତ ସୋରେନ ଆଜି ଜରୁରୀ ପରିସ୍ଥିତିରେ ବିଧାୟକ ଦଳ ବୈଠକ ଡାକିଥିଲେ। ଏହି ବୈଠକରେ ତାଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବ୍ୟତୀତ ସରକାରରେ ସାମିଲ ହୋଇଥିବା କଂଗ୍ରେସ ଓ ଅନ୍ୟ ଦଳର ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ରହିଥିଲା। ନିଜ ତଥା ରାଜ୍ୟ ସରକାରଙ୍କ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ସ୍ଥିର କରିବାକୁ ଏପରି ବୈଠକ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡାକିଥିଲେ ।