Breaking PLUSଓଡ଼ିଶାମୁଖ୍ୟ ଖବର
ସାତପଡାରେ ଆରମ୍ଭ ହେଲା ଡଲଫିନ୍ ଗଣନା

ଭୁବନେଶ୍ୱର- ଚିଲିକାର ସାତପଡାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ଭୋର୍ ୬ଟା ଆରମ୍ଭ କରି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯିବା ନେଇ ସୂଚନା ରହିଛି। ଏଥିରେ ମୋଟ୍ ୧୮ଟି ଟିମ୍ ସାମିଲ୍ ହୋଇଛନ୍ତି। ସାତପଡାରୁ ୮ଟି ଟିମ୍, ନାର୍ଦାନ୍ ଆଉଟର ଚ୍ୟାନେଲ୍ ଓ ବାଲୁଗାଁରୁ ୧୦ଟି ଟିମ୍ ସେଣ୍ଟ୍ରାଲ୍ ସର୍ଦନ ଚ୍ୟାନେଲରେ ଡଲଫିନ୍ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ସାତପଡା, ବାଲୁଗାଁ, ଟାଙ୍ଗୀ, କୃଷ୍ଣପ୍ରସାଦ ଏବଂ ରମ୍ଭା ରେଞ୍ଜରେ ଏହି ଗଣନା ଚାଲିଛି। ସାତପଡା ରେଞ୍ଜରେ ୮ଟି ଟିମ ଗଣନା କରୁଥିବା ବେଳେ ଅନ୍ୟ ରେଞ୍ଜରେ ୧୦ଟି ଟିମ ଗଣନା କରୁଛି। ସକାଳ ୬ଟାରୁ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ।