ଦେଶସ୍ୱତନ୍ତ୍ର

ବିହାରରେ ଦେଶର ସବୁଠାରୁ ବଡ ସୁନାଖଣିର ସନ୍ଧାନ

ଏହାକୁ ' ସୋନ୍ ଭଣ୍ଡାର' ମଧ୍ୟ କୁହାଯାଏ

ବିହାରରେ ଦେଶର ସବୁଠାରୁ ବଡ ସୁନାଖଣିର ସନ୍ଧାନ । ଏଠାରେ ଏତେ ମାତ୍ରାରେ ସୁନା ରହିଛି ଯେ ଦେଶର କୌଣସି ରାଜ୍ୟରେ ମଧ୍ୟ ନାହିଁ । ଏହା ବର୍ତ୍ତମାନ ଏକ ଆଶ୍ୱସ୍ତିକର କଥା ହୋଇଥିବାବେଳେ ଯଦି ଏହି ଭଣ୍ଡାରର ଦ୍ୱାର ଖୋଲିଯାଏ ତେବେ ବିହାର ପାଲଟିଯିବ ଦେଶର ସବୁଠାରୁ ଧନୀ ରାଜ୍ୟ ।

ଗରିବ ରାଜ୍ୟରେ ପରିଗଣିତ ହେଉଥିବା ବିହାରର ଜମୋଇ ଜିଲ୍ଲାରେ ମିଳିଛି ଏହି ବଡ ସୁନା ଭଣ୍ଡାର । ଏହି ସୁନା ଖଣି ବିହାରର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ରାଜଗିରର ଏକ ଗୁମ୍ଫା ଭିତରେ ଅବସ୍ଥିତ। ଏହି ଭଣ୍ଡାରକୁ ‘ ସୋନ୍ ଭଣ୍ଡାର’ କୁହାଯାଉଥବାବେଳେ ଆଜି ପର୍ଯ୍ୟନ୍ତ ଏହି ଭଣ୍ଡାରର ଦ୍ୱାର ଖୋଲିବାକୁ କେହି ସମର୍ଥ ହୋଇପାରି ନାହାନ୍ତି । ଏହା ସହିତ ଯୋଡି ହୋଇ ରହିଛି ଅନେକ ଐତିହାସିକ ତଥ୍ୟ ।

ଐତିହାସିକମାନଙ୍କ କହିବା ଅନୁଯାୟୀ, ହରିୟାଙ୍କା ରାଜବଂଶ ପ୍ରତିଷ୍ଠା କରିଥିବା ବିମ୍ବିସାର ସୁନା ଓ ରୂପାକୁ ଅହେତୁକ ମାତ୍ରାରେ ଭଲ ପାଉଥିଲେ। ସୁନା ଓ ରୂପା ପ୍ରତି ତାଙ୍କର ଏହି ଭଲପାଇବା ହେତୁ ସେ ଅଳଙ୍କାର ଗୁଡିକ ସଂଗ୍ରହ କରି ରଖୁଥିଲେ । ସେହିପରି ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଗୁମ୍ଫା ବିମ୍ବିସାରାଙ୍କ ପତ୍ନୀଙ୍କ ଦ୍ୱାରା ନିର୍ମିତ ହୋଇଥିଲ। ଏହି ସୋନ୍ ଭଣ୍ଡାର ଦୁନିଆ ପାଇଁ ଏକ ରହସ୍ୟ, ଯାହାକୁ ଦେଖିବା ପାଇଁ ଦେଶ ତଥା ବିଦେଶରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସନ୍ତି।ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଯାଇ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହା ସମ୍ଭବ ହୋଇନଥାଏ।

ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଠାରେ ଏତେ ମାତ୍ରାରେ ସୁନା ମହଜୁଦ୍ ରହିଛି ଯେ  ଯଦି ଏହି ଖଣିର କବାଟ ଖୋଲେ ତେବେ ଭାରତ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ପାଲଟିଯିବ ।

Show More

Related Articles

Back to top button