
ନୂଆ ରୂପରେ ସଜେଇ ହେବ ଧଉଳି ସ୍ତୁପ । ଏଥିପାଇଁ ରାଜ୍ୟ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ମାଷ୍ଟର ପ୍ଲାନ ପ୍ରସ୍ତୁତର ଶେଷ ପର୍ଯ୍ୟାୟରେ ପହଞ୍ଚିଲେ ଏହାକୁ କାର୍ଯ୍ୟକାରୀ କରାଯିବ । ଗୃହରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର ।
ସୂଚନା ଅନୁଯାୟୀ,ଧଉଳି, ବିନ୍ଦୁ ସାଗର ଓ କେଦାର ଗୌରୀ ର ବିକାଶ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଧାନସଭାର ଏଭଳି ପ୍ରଶ୍ନକାଳ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କଠୁ ଏମିତି ସୂଚନା ମିଳିଛି ।