ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା । ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ନରେ ତାରିଖ ଘୋଷଣା କରିପାରନ୍ତି। ଗୁଜରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟାଗରିଷ୍ଠତା ପାଇଁ ଯେକୌଣସି ଦଳ ୯୨ଟି ସିଟ୍‌ରେ ଜିତିବା ଉଚିତ। ଏଥିରେ ଏଠାରେ ତ୍ରିକୋଣ ଲଢ଼େଇ ଦେଖିବାକୁ ମିଳିପାରେ। ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ। ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ ବୋଲି ଆକଳନ କରାଯାଉଛି। ଆସନ୍ତା ଫେବ୍ରୁଆରୀ ୨୦୨୩ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେବେ ଏହାପୂର୍ବରୁ ତଥା ଚଳିତ ବର୍ଷ ଶେଷ ସୁଦ୍ଧା ଏଠାରେ ନିର୍ବାଚନ ହେବ। ଏହାପୂର୍ବରୁ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଆସନ୍ତା ୧୨ ତାରିଖରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Show More

Related Articles

Back to top button